ଚଳିତ ମାସ ୧୮ରୁ ଶ୍ରୀମନ୍ଦିରର ହେବ ବୈଷୟିକ ଯାଞ୍ଚ

ପୁରୀ: ଚଳିତ ମାସ ୧୮ରୁ ଶ୍ରୀମନ୍ଦିରରେ ବୈଷୟିକ ଯାଞ୍ଚ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ସଦସ୍ୟ ଓ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ସଦସ୍ୟମାନେ ମିଳିତ ଭାବେ ଯାଞ୍ଚ କରିବେ ବୋଲି ସୂଚନା ମିଳିଛି।ସୂଚନା ମୁତାବକ, ଚଳିତବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ପରେ ୧୮ ତାରିଖ ପୂର୍ବାହ୍ଣ ୧୦ଟା ୩୦ରୁ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥାକୁ ଚିଠି କରାଯାଇଛି। ଯାଞ୍ଚ ପରେ ପର୍ଯ୍ୟବେକ୍ଷଣକୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ପ୍ରକାଶଥାଉକି, ଶ୍ରୀମନ୍ଦିରରେ ଏହା ଏକ ରୁଟିନ୍‌ ଯାଞ୍ଚ ପ୍ରକ୍ରିୟା ବୋଲି ଜଣାପଡ଼ିଛି। ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସରିବା ପରେ ଶ୍ରୀମନ୍ଦିରରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥାଏ।

Leave a Reply

Your email address will not be published. Required fields are marked *