ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ : ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’। ଗଭୀର ଅବପାତ ନେଲା ବାତ୍ୟାର ରୂପ। ‘ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ, ପବନର ବେଗ ରହିବ ନାହିଁ। ୨୮ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ରହିବ’ ଏନେଇ ସୋମବାର ପାଣିପାଗ ବିଶେଷଜ୍ଞ ଶରତ ସାହୁ ସୂଚନା ଦେଇଛନ୍ତି। ଏପଟେ ବଳ ଗୋଟାଉଛି ବାତ୍ୟା ‘ଅର୍ଣ୍ଣବ’। ୧୫ କିମି ବେଗରେ ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’। ମୁକାବିଲା ପାଇଁ ଏନଡିଆରଏଫର ୧୧ଟି ଟିମ୍ ମୁତୟନ ରହିଛନ୍ତି। ୩୮୫ ଯବାନଙ୍କୁ ନେଇ ୧୧ଟି ଟିମ୍ ୩ ରାଜ୍ୟରେ ମୁତୟନ ରହିଛନ୍ତି। ବାତ୍ୟା ମୁକାବିଲା ପାଇଁ ଭଞ୍ଜନଗର ଅଗ୍ନିଶମ୍ ବିଭାଗ ପ୍ରସ୍ତୁତ ରହିଛି।

ବାତ୍ୟା ‘ଅର୍ଣ୍ଣବ’ ପାଇଁ ପର୍ଯ୍ୟଟକଙ୍କ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ ରହିଛି। ଆଜିଠୁ ଆସନ୍ତା ୩୦ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାରେ ବେଳାଭୂମି ମନା ସହ ଗୋପାଳପୁର, ସୁନାପୁର ସମେତ ଜିଲ୍ଲାର ସବୁ ବେଳାଭୂମି ପର୍ଯ୍ୟଟକଙ୍କ ପାଇଁ ମନାା ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ମୁଣ୍ଡଳିରୁ ଗଲା ୧୧ ଏନଡିଆରଏଫ ଟିମ୍। ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶକୁ ଗଲା ୧୧ ଏନଡିଆରଏଫ ଟିମ୍। ଓଡ଼ିଶାରେ ୧୪୦ ଜଣଙ୍କୁ ନେଇ ୪ଟି ଏନଡିଆରଏଫ ଟିମ୍ ମୁତୟନ ରହିଛନ୍ତି। ଆଜି ରାତିରେ ଭୀଷଣ ବାତ୍ୟାର ରୂପ ନେବ। ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା ପାଇଁଓଡ଼ିଶା ପ୍ରସ୍ତୁତ, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି। ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବା ସହ ଆସନ୍ତାକାଲି ଅତି ଭୀଷଣ ବାତ୍ୟାରେ ପରିଣତ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *