ପୁରୀ ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ସମ୍ଭାବନା

ପୁରୀ: ​ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଗଭୀର ଅବପାତର ରୂପ ନେଇଛି। ଏହାର ସିଧାସଳଖ ପ୍ରଭାବ ପୁରୀ ଉପକୂଳରେ ଦେଖିବାକୁ ମିଳିଛି। ଗତକାଲି ରାତିରୁ ସହରରେ ଅବିଶ୍ରାନ୍ତ ବର୍ଷା ଜାରି ରହିଥିବା ବେଳେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ଉଚ୍ଚ ଲହଡ଼ି ଓ ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ପୁରୀ ବେଳାଭୂମିର ୧୬ଟି ସେକ୍ଟରରେ ପ୍ରଶାସନ ଓ ଲାଇଫଗାର୍ଡଙ୍କ ପକ୍ଷରୁ ରେଡ୍ ଫ୍ଲାଗ୍ ଲଗାଯାଇଛି।
​ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ସମୁଦ୍ର ସ୍ନାନ ଉପରେ କଟକଣା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ଆଖିଆଗରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
​ପରିସ୍ଥିତିର ଗମ୍ଭିରତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ପକ୍ଷରୁ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ଆଲର୍ଟରେ ରଖାଯାଇଛି।ଜିଲ୍ଲାପାଳ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ସମସ୍ତ ସ୍କୁଲ ଏବଂ +୨କଲେଜକୁ ଦୁଇଦିନ ପାଇଁ ଛୁଟି ଘୋଷଣା କରାଯାଇଛି।ପ୍ରଶାସନ ପକ୍ଷରୁ ସମୁଦ୍ର କୂଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି

Leave a Reply

Your email address will not be published. Required fields are marked *