ବାଙ୍କି: ବାଙ୍କୀ ମହାନଦୀ ପଠାରେ ରବିବାର ଏକ ଅଘଟଣ ଘଟିଛି । ନଦୀର ଘୋଡ଼ାବର ତୁଠରେ ଗାଧୋଉଥିବା ବେଳେ ୩ ଜଣ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲୁଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ସନ୍ଧାନ ମିଳିପାରିନାହିଁ । ଖବର ନେବାରୁ ଜଣାପଡିଛି କଟକ ସହରରୁ କିଛି ଯୁବକ ବଣଭୋଜି କରିବାକୁ ଅଂଶୁପା ହ୍ରଦ ପାଖକୁ ଆସିଥିଲେ । ଭୋଜି ସାରି ନଦୀରେ ଗାଧୁଆ ପାଧୁଆ କରୁଥିବା ବେଳେ ଜଣେ ନଦୀ ସୂଅରେ ଭାସି ଯାଇଥିଲେ । ତାଙ୍କୁ ଧରିବାକୁ ଯାଇ ଅନ୍ୟ ୨ ଜଣ ମଧ୍ୟ ଭାସି ଯାଇଥିଲେ । ତେବେ ଦମକଳ ବାହିନୀ ପହଂଚି ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଅଛନ୍ତି
ମହାନଦୀରେ ଭାସିଯାଇ ଯୁବକ ନିଖୋଜ
