କନ୍ଦାଇଲା ପିଆଜ

କଟକ : ପିଆଜ ଖାଉଟିଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କୁ କନ୍ଦାଇଲାଣି। ସକାଳୁ ଗୋଟିଏ ଦର ଥିବାବେଳେ ସନ୍ଧ୍ୟାରେ ଦର ବଢ଼ିଯାଉଛି। ପୂର୍ବରୁ ପିଆଜ କିଲୋ ପ୍ରତି ୩୦ ରୁ ୩୫ ଟଙ୍କା ବିକ୍ରି ହେଉଥିବାବେଳେ ଏବେ ଏହା ଅର୍ଦ୍ଧଶତକ ଛୁଇଁଛି। ଖୁଚୁରା ଦୋକାନରେ ଦାମ୍‌ ଆହୁରି ଉଚ୍ଚା। ଯାହାକୁ ନେଇ ଚିନ୍ତା ବଢ଼ିଥିବାବେଳେ ମହାରାଷ୍ଟ୍ରର ନାସିକରେ ଉତ୍ପାଦନ କମ୍‌ ଯୋଗୁଁ ଓଡ଼ିଶାର ବଜାରରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଥିବା ଜଣାପଡ଼ିଛି। ନାସିକରେ ମାସକ ପୂର୍ବରୁ ପିଆଜ କ୍ବିଣ୍ଟାଲ ପିଛା ୨୦୫୦ ଟଙ୍କା ଥିଲା: ହେଲେ ଏବେ ଏହାର ପାଖାପାଖି ୩୬୦୦ ରୁ ୩୮୦୦ ଟଙ୍କା ରହିଛି। ଓଡ଼ିଶା ଆସିବା ପରେ ଦର ସେହି ଅନୁଯାୟୀ ବଢ଼ିଛି।

Leave a Reply

Your email address will not be published. Required fields are marked *