କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବକୁ ନେଇ ହାଇକୋର୍ଟ ବାର୍ ଆସୋସିଏସନ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଦୀର୍ଘଦିନ ଧରି ଅନେକ ବିଚାରପତି ପଦ ଖାଲି ପଡ଼ିଥିବାରୁ ମାମଲାର ଶୁଣାଣି ଓ ଫଇସଲା ପ୍ରକ୍ରିୟା ପ୍ରଭାବିତ ହେଉଥିବା ଆସୋସିଏସନ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ହାଇକୋର୍ଟରେ ମୋଟ ୩୩ ଜଣ ବିଚାରପତିଙ୍କ ସ୍ଥାନରେ ବର୍ତ୍ତମାନ ମାତ୍ର ୧୭ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ଫଳରେ ବିଚାରାଧୀନ ମାମଲା ସଂଖ୍ୟା ବଢ଼ିବା ସହ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ବିଳମ୍ବ ହେଉଛି। ତେଣୁ ଖାଲିଥିବା ବିଚାରପତି ପଦଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ହାଇକୋର୍ଟ ବାର୍ ଆସୋସିଏସନ ଦାବି କରିଛି।
