ଲ୍ୟାଣ୍ଡିଂ ବେଳେ ଖସିଲା ଟ୍ରେନିଂ ବିମାନ

ପୁଣେ:ମହାରାଷ୍ଟ୍ରର ପୁଣେ ଜିଲ୍ଲା ଅନ୍ତର୍ଗତ ବାରାମତୀରେ ପୁଣି ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ରବିବାର ବାରାମତୀ ଏୟାରପୋର୍ଟ ପରିସରରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାରେ ଶିକାର ହୋଇଛି। ଅବତରଣ କରୁଥିବା ସମୟରେ ବିମାନଟି କମ୍‌ ଉଚ୍ଚତାରୁ ହଠାତ୍‌ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରବିବାର ଦିନ ପ୍ରାୟ ୧୨ଟା ୩୫ ମିନିଟ୍‌ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନିଂ ବିମାନଟି ବାରାମତୀ ଏୟାରପୋର୍ଟ ପରିସରରେ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ତଳକୁ ଖସିପଡ଼ିଥିଲା।

Leave a Reply

Your email address will not be published. Required fields are marked *