ଝାରସୁଗୁଡାର ଭି ମାର୍ଟ ମଲରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ଜିନିଷ ଭସ୍ମୀଭୂତ

ଭୁବନେଶ୍ୱର : ଆଜି ଝାରସୁଗୁଡାର ଭି ମାର୍ଟ ମଲରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇବା ମାତ୍ରେ ଝାରସୁଗୁଡା ଅଗ୍ନିଶମ କେନ୍ଦ୍ର ତୁରନ୍ତ ଦୁଇଟି ଦଳକୁ ଘଟଣାସ୍ଥଳକୁ ପଠାଇଥିଲା। କୋଲାବିରା ଅଗ୍ନିଶମ କେନ୍ଦ୍ର ଏବଂ କିର୍ମିରା ଏଫଏସରୁ ଅତିରିକ୍ତ ସହାୟତା ମଧ୍ୟ ମଗାଯାଇଥିଲା। କାର୍ଯ୍ୟରେ ସହାୟତା ପାଇଁ ସମ୍ବଲପୁର ଅଗ୍ନିଶମ କେନ୍ଦ୍ରରୁ ରୋବୋଟିକ୍ ମନିଟର ସହିତ ଏକ ହାଇଡ୍ରୋଲିକ୍ ପ୍ଲାଟଫର୍ମ ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲା। କର୍ମଚାରୀମାନେ ଅନେକ ଚେଷ୍ଟା କରିବା ପରେ ନିଆଁ ଲିଭିଥିଲା। ମାତ୍ର ଏଥିରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave a Reply

Your email address will not be published. Required fields are marked *