ବିଦେଶ ମାଟିରେ ପଶ୍ଚିମ ଓଡ଼ିଶା କବିଙ୍କ ଆସର,ମନ ମୋହିଲା ଅନ୍ତର୍ଜାତୀୟ କବି ସମ୍ମିଳନୀ

Published by: Biswa Khabar Admin

Posted on: January 28 2024

Published by: Biswa Khabar

Posted on: January 28 2024

ban

ଦୁବାଇ,୨୮/୦୧(ବିଶ୍ବଖବର) ଦୁବାଇରେ ପଶ୍ଚିମ ଓଡିଶାର କଳା, ସଂସ୍କୃତି ଓ ପିଠା ପଣାର ମହକ। ହଜାର ହଜାର କିଲୋମିଟର ଦୂର ଦୁବାଇରେ ରହୁଥିବା ଓଡ଼ିଆ ଭୁଲି ନାହାନ୍ତି ନିଜ ପର୍ବ ପର୍ବାଣୀ। ୟୁଏଇର ନୁଆଁଖାଇ ପରିବାର କୃଷିଭିତ୍ତିକ ପର୍ବ ପୁଷପୁନି  ପାଳନ କରିଛନ୍ତି। ପୁଷପୁନି ଉତ୍ସବର ମହାନତାକୁ ଦୁବାଇରେ ବେଶ୍ ଉତ୍ସାହ ସହ ପାଳନ କରାଯାଇଛି। ନୂଆଁଖାଇ ପରେ ପଶ୍ଚିମ ଓଡିଶାର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କୃଷିଭିତ୍ତିକ ପର୍ବ ହେଉଛି ପୁଷପୁନି । କୃଷି ପ୍ରାଧାନ୍ୟ ଅଞ୍ଚଳ ପାଇଁ ଏକ ବିଶେଷ ମହତ୍ତ୍ୱ ରଖିଥାଏ ଏହି ପର୍ବ | ୟୁଏଇର ନୂଆଁଖାଇ ପରିବାର ଦ୍ଵାରା ଆୟୋଜିତ ଏହି ଚିତାକର୍ଷକ ମହୋତ୍ସବ  ୨୮ ଜାନୁୟାରୀ ୨୦୨୪ରେ ଦୁବାଇର କ୍ରିକ୍ ପାର୍କରେ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହାକୁ ଖୁବ ମଜା ଏବଂ ଆନନ୍ଦରେ ପାଳନ କରାଯାଇଥିଲା। ପୁଷପୁନି ଉତ୍ସବରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୟୁଏଇର ବିଭିନ୍ନ ଅଂଚଳରେ ରହୁଥିବା ଓଡିଆମାନେ ସେମାନଙ୍କ ପରିବାର ଏବଂ ପିଲାମାନଙ୍କ ସହିତ ଏହି ଉତ୍ସଵ ପାଳନରେ ସାମିଲ ହୋଇଥିଲେ | ଚଳିତ ପୁଷପୁନି ଆୟୋଜନର ମୁଖ୍ୟ ଆକର୍ଷଣ ସାଜିଥିଲା ଅନ୍ତର୍ଜାତୀୟ କବି ସମ୍ମିଳନୀ। ପଶ୍ଚିମ ଓଡିଶାର ପ୍ରସିଦ୍ଧ ପୁଲିସ କବି ରଞ୍ଜିତ ପ୍ରଧାନ ଓ ରସରାଜ ଅଚ୍ୟୁତ ପୁରୋହିତ ଉପସ୍ଥିତ ଦର୍ଶକଙ୍କ ମନ ମୋହି ନେଇଥିଲେ। ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରୁ କବିଙ୍କୁ ନିମନ୍ତ୍ରଣ କରାଯାଇ ଅନ୍ତର୍ଜାତୀୟ କବି ସମ୍ମିଳନୀର ସଫଳ ଆୟୋଜନ କରିଛି ୟୁଏଇ ନୂଆଁଖାଇ ପରିବାର। ପଶ୍ଚିମ ଓଡିଶାର କଳା ଓ ସଂସ୍କୃତିକୁ ଗୁରୁତ୍ୱ ଦେଇ ସେହି ଅଞ୍ଚଳର କଳାକାରଙ୍କୁ ଦୁବାଇକୁ ନିମନ୍ତ୍ରଣ କରି ତାଙ୍କୁ ସମ୍ମାନିତ କରିଛି ୟୁଏଇ ନୂଆଁଖାଇ ପରିବାର। ଏହି ଅବସରରେ ଆୟୋଜକ କହିଛନ୍ତି, ମହୋତ୍ସବର ପ୍ରଥମ ଲକ୍ଷ୍ୟ ହେଉଛି ଆମ ପିଲାମାନେ ଘରଠାରୁ ଦୂରରେ ରହୁଥିଲେ ବି ଆମ ଓଡ଼ିଆ ପରମ୍ପରା ଓ ସଂସ୍କୃତି ଶିଖିବା ଆବଶ୍ୟକ | ପିଲାମାନଙ୍କ ପାଇଁ ନୃତ୍ୟ, ବେଲୁନ୍ ଟୁଇଷ୍ଟିଙ୍ଗ୍ ଏବଂ ପେଣ୍ଟିଂ ଭଳି ସ୍ୱତନ୍ତ୍ର ଖେଳ ଏବଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପୁଷପୁନି ଅବସରରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ପିଲାମାନେ ମନଭରି ଉପଭୋଗ କଲେ ଏବଂ ସେମାନେ ଆଗାମୀ ବର୍ଷରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | thumbnail ଏହାରି ଭିତରେ ବେଶ ଆକର୍ଷଣୀୟ ଥିଲା  ଫେସ୍ ପେଣ୍ଟିଂ, ଯେଉଁଥିରେ ଅନେକ ଲୋକପ୍ରିୟ ଚରିତ୍ରର ଚିତ୍ର ଅଙ୍କା ଯାଇଥିଲା, ଏହା ପିଲାମାନଙ୍କୁ  ବେଶ୍ ଆକୃଷ୍ଟ କରିଥିଲା। ଆଉ ବଡ଼ କଥା ହେଉଛି ପୁଷପୁନି ପାଇଁ ସ୍ୱତନ୍ତ୍ର ଆରିସା ପିଠା ଓ ଖଜା ସୁଦୂର ବଲାଙ୍ଗିରରୁ ଯାଇଥିଲା। ଯାହାର ସ୍ୱାଦ ନେଇଥିଲେ ବିଦେଶରେ ରହୁଥିବା ଓଡ଼ିଆ। ଏହାସହ ପାରମ୍ପାରିକ ଓଡିଆ ଖାଦ୍ୟ ଥିଲା ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ | ସ୍ଵତନ୍ତ୍ର ପାରମ୍ପାରିକ ଖାଦ୍ୟ ସହ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପରିବେଷଣ କରାଯାଇଥିଲା | ସମ୍ବଲପୁରୀ ନାଚ ଗୀତରେ ଫାଟି ପଡିଥିଲା କ୍ରିକ ପାର୍କ ଦୁବାଇ। ସମ୍ବଲପୁରୀ ଗୀତର ତାଳେ ତାଳେ  ପୂରା ଦିନର କାର୍ଯ୍ୟକ୍ରମ ଶେଷ ହୋଇଥିଲା | ଖରିଫ ଧାନ ଫସଲର ପ୍ରଥମ ନୂଆ ଧାନ ଅମଳ ହେବା ପରେ ନୂଆଁଖାଇ ପାଳନ କରାଯାଉଥିବାବେଳେ ପୁଷପୁନି ଅମଳ ଶେଷ ପରେ ପାଳନ କରାଯାଏ | ଏହି ବାର୍ଷିକ ପର୍ବ ପୂର୍ଣ୍ଣିମା ଦିନ ତଥା ଓଡିଆ ପୌଷ ମାସର  ପୂର୍ଣ୍ଣିମାରେ ପାଳନ କରାଯାଏ | ମୂଳତଃ ଏହା ଏକ ବାର୍ଷିକ ଉତ୍ସବ ଯେଉଁଠାରେ କୃଷକ ପରିବାରମାନେ ବାର୍ଷିକ ଧାନ ଅମଳ ଉତ୍ସବ ପାଳନ କରନ୍ତି |





adv

Advertisement

adv